ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଶୋଭାଯାତ୍ରା

ବ୍ୟାସନଗର ;୨୧/୦୮(ନି.ପ୍ର): କଲିକତା ସହରରେ ଡାକ୍ତରୀ ଛାତ୍ରୀଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ଘଟଣା ର ପ୍ରତିବାଦରେ  ଯାଜପୁର ରୋଡ ଚୋର୍ଦା ଛକ ଠାରୁ ନହକା ଛକ ପର୍ଯ୍ୟନ୍ତ  ଏକ ନିରବ ପ୍ରାର୍ଥନା ସହ  କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି l ବୁଧବାର ସନ୍ଧ୍ୟା ୪ ଟା ସମୟରେ ଏହି ରାଲିର ଆୟୋଜନ କରାଯାଇଥିଲା। ବଙ୍ଗୀୟ ଓ ଓଡ଼ିଆ ମହିଳାଙ୍କ ହାତରେ ପ୍ରତିବାଦ ନାରାର ପ୍ଲା କାର୍ଡ ସହ ମୁଖରେ କମ୍ପି ଉଠିଥିଲା ପ୍ରତିବାଦ ର ନାରା। “ଅଭୟା କୁ ନ୍ୟାୟ ଦିଅ”,”ଦୋଷୀ କୁ ଫାଶୀ ଦିଅ” ନାରାରେ କମ୍ପି ଉଠିଥିଲା ବ୍ୟାସନଗର ସହର।
ଦୋଷୀ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଭାରତ ସରକାର ଙ୍କୁ ଦାବୀ ଜଣାଇଥିଲେ l ସବୁଆଡେ ବିରୋଧ ର ନାରା ଦେଖିବାକୁ  ମିଳିଥିଲା। ସମସ୍ତ ଙ୍କ ମୁହଁରେ ଗୋଟିଏ କଥା ଡାକ୍ତର ଅଭୟାଙ୍କୁ ନ୍ୟାୟ ଦରକାର ,ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ଦେବା ଆବଶ୍ୟକ। ରାଲୀ ରେ ଭାଗ ନେଇଥିବା ସମସ୍ତ ମହିଳା ନହକା ଗୋଲେଇ ଛକ ଠାରେ ପହଂଚି କ୍ୟାଣ୍ଡେଲ ଜାଳି  ଅଭୟା ର ଅମର ଆତ୍ମା ର ସଦଗଦି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି ଶୋଭାଯାତ୍ରାରେ ସସ୍ମିତା ଚକ୍ରବର୍ତ୍ତୀ,ସୋନିଆ ବେଦୀ, ଜାଗ୍ରିତି ଚାଟାର୍ଜୀ,ନିମା ଦାସ,ମୁକ୍ତା ବାଲ୍ମୀକି,ବୋନି ବାଶୁଧର,ପୂଜା ମୂଖାର୍ଜୀ,ତୃପ୍ତିଶ୍ମିତା,ଦିପ୍ତିମୟୀ,ରିଧିମା ଚୋପ୍ରା,ହସିନା ସେଖ  ପ୍ରମୁଖ ଯୋଗ ଦେଇଥିଲେ।
ସେପଟେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ହେବ ପଲିଗ୍ରାଫ୍ ଟେଷ୍ଟ। କଲିକତା ହାଇକୋର୍ଟ ଏଥିପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ଆଜି ସିବିଆଇ ପକ୍ଷରୁ ଅଭିଯୁକ୍ତର ପଲିଗ୍ରାଫ୍ ଟେଷ୍ଟ କରାଯିବ। ଅଭିଯୁକ୍ତ ସଞ୍ଜୟ ରାୟ ଏଭଳି ଜଘନ୍ୟ କାଣ୍ଡ ଭିଆଇବା ପୂର୍ବରୁ ପ୍ରଚୁର ନିଶାସେବନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କୁହାଯାଇଛି।ପୁଲିସର ସୂଚନା ଅନୁଯାୟୀ, ସେଦିନ ସଞ୍ଜୟ ବିନା କାରଣରେ ବିଭାଗକୁ ଆସିବା ସହ ଏଭଳି କାଣ୍ଡ ଘଟାଇଥିଲା। ଅପରାଧ ଘଟାଇବା ପରେ ଅଭିଯୁକ୍ତ ଜଣକ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଘଟଣା ସ୍ଥଳରୁ ରକ୍ତଦାଗ ଧୋଇବାକୁ ଚେଷ୍ଟା କରି ଭୋର ୪ଟା ୫୫ରେ ସେ ସେମିନାର ରୁମ ଛାଡୁଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି।ସେପଟେ ଟ୍ରେନି ଡାକ୍ତର ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଡାକ୍ତରଙ୍କ ଶରୀରରେ ୧୪ଟି କ୍ଷତଚିହ୍ନ ରହିଥିଲା ବୋଲି ରିପୋର୍ଟରେ ଲେଖାଯାଇଛି, ଯାହା ଦୁଷ୍କର୍ମକାରୀର ପାଶବିକ ବର୍ବରତାକୁ ପ୍ରକାଶ କରୁଛି। ମହିଳା ଡାକ୍ତର ଜଣଙ୍କୁ ବଳପୂର୍ବକ ଦୁଷ୍କର୍ମ ସହ ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129