ବ୍ୟାସ ପ୍ରିଣ୍ଟ ମିଡିଆ’ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ

ବ୍ୟାସନଗର; ୨୮/୦୮(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଅଗ୍ରଣୀ ସାମ୍ବାଦିକ ସଂଘ ‘ବ୍ୟାସ ପ୍ରିଣ୍ଟ ମିଡିଆ’ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ  ବୁଧବାର ପୂର୍ବାହ୍ନରେ ଉମାପଦା ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୦୨୪ – ୨୦୨୫ ବର୍ଷ ପାଇଁ ସଂଘର ବାର୍ଷିକ ବିବିଧ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀ ନିର୍ବାଚନ ଅଧିକାରୀଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ୨ ବର୍ଷ ପାଇଁ ସଭାପତି ଭାବେ ଶରତ ପଥାଳ, ସାଧାରଣ ସମ୍ପାଦକ ଭାବେ ଚିନ୍ତାମଣି ପାଢ଼ୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ପ୍ରଦ୍ୟୁମ୍ନ ବୋଇତେଇ, ଯଜ୍ଞଦତ୍ତ ତ୍ରିପାଠୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ସହ ସମ୍ପାଦକ ଭାବେ ଭରତ ରାଉତ, କୈଳାସ ରାଉତ ନିର୍ବାଚିତ ହୋଇଛନ୍ତି । ଉପଦେଷ୍ଠା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ ରହିଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିଜୟ କୁମାର ସାହୁ, ପବିତ୍ର ରଞ୍ଜନ ମହାନ୍ତି, ସୁଦୀପ କୁମାର ମିଶ୍ର, ଦୁଷ୍ମନ୍ତ କୁମାର ରାଉତ, ଜ୍ଞାନରଂଜନ ରାଉତ, ପ୍ରଶାନ୍ତ କୁମାର ପାତ୍ର ଓ ବିଶ୍ୱରଞ୍ଜନ ପଟ୍ଟନାୟକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଆସନ୍ତା ମାସରେ ସଂଘର ବାର୍ଷିକ ଉତ୍ସବ ସହିତ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନ। କରାଯାଇଥିଲା । ସାମ୍ବାଦିକତା ସହିତ ସହରର ବିକାଶରେ ଗଣମାଧ୍ୟମ ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ବ୍ୟାସ ପ୍ରିଣ୍ଟ ମିଡିଆର ସମସ୍ତ ସଦସ୍ୟ ଏଥିପ୍ରତି ଯତ୍ନବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129