୩ ନମ୍ବର ୱାର୍ଡ ଏକ ସପ୍ତାହରୁ ଅଧିକ ଦିନ ହେବ ଅନ୍ଧାର ଘେରରେ

ଯାଜପୁର/ବ୍ୟାସନଗର ;୦୧/୦୯ (ବ୍ୟୁରୋ): ବ୍ୟାସନଗର ପୌରାଞ୍ଚଳ ୩ ନମ୍ବର ୱାର୍ଡ ଏକ ସପ୍ତାହରୁ ଅଧିକ ଦିନ ହେବ ଅନ୍ଧାର ଘେରରେ ଯାହାକି ଫେରୋକ୍ରୋମ୍ କଲୋନୀ ଗେଟ୍ ଠାରୁ ବିଦ୍ୟା ମହାନ୍ତି ଘର ପର୍ଯ୍ୟନ୍ତ ସମ୍ପୂର୍ଣ ଷ୍ଟ୍ରିଟ ଲାଇଟ୍ ଅକାମୀ। ଏହି ରାସ୍ତାରେ ଆଖଣ୍ଡଳମଣି ମନ୍ଦିର କୁ ଶହ ଶହ ଭକ୍ତ ସନ୍ଧ୍ୟା ଦର୍ଶନ ପାଇଁ ଆସିଥାନ୍ତି କିନ୍ତୁ ଦୀର୍ଘ ଦିନ ଧରି ଏହି ରାସ୍ତା ଅନ୍ଧାର ଘେରରେ ଥିବାରୁ ମନ୍ଦିର କୁ କୌଣସି ଭକ୍ତ ଆସୁ ନାହାନ୍ତି।ଏହି ରାସ୍ତା ଦେଇ ଅନେକ ଲୋକଙ୍କ ଗତାଗତ ଥିବାବେଳେ ବିଷାକ୍ତ ଜିବଙ୍କ ଭୟରେ କେହି ଯାଉନାହାନ୍ତି। କୁନି କୁନି ପିଲା ମାନେ ନିଜ ଘର ସାମ୍ନାରେ ଖେଳିବାକୁ ବି ଭୟ କରୁଛନ୍ତି। ରାତିରେ ଅନେକଥର ଚୋରି ବି ହେଲାଣି। ଏ ନେଇ ୱାତ୍ସପ୍ ଜରିଆରେ ଉପାଧ୍ୟକ୍ଷ ସୁବାସ ବଳ ଙ୍କୁ ସୂଚିତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଅଞ୍ଚଳର ରାସ୍ତାଘାଟ କଥା ନ କହିବା ଭଲ ଚାରି ଆଡେ଼ ଖାଲ ଖମା ରେ ଭର୍ତ୍ତି। ଆହୁରି ଗୋଟିଏ ରାସ୍ତା ବଙ୍ଗାଳୀ ସାହି ହନୁମାନ ମୂର୍ତ୍ତି ଠାରୁ ଜାଭିଅର ସ୍କୁଲ ଦେଇ ମଣି ଛକ କୁ ସଂଯୋଗ କରୁଥିବା ରାସ୍ତା ର ମରାମତି ବି କରାଯାଉ ନାହିଁ ଏ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ଖାଲି ଅଳ୍ପ କିଛି କିଛି ଡଷ୍ଟ ପକାଇ ଲୋକଙ୍କୁ ଭୁଆଁ ବୁଲାଇଛି ପୌର ପରିଷଦ। ଅଞ୍ଚଳର ଅନେକ ରାସ୍ତା ଯେପରିକି ମଣି ଛକ ଠାରୁ ଧବଲଗିରି,ସାପଗଢିଆ ସ୍କୁଲ ଠାରୁ ଫରେଷ୍ଟ ଅଫିସ ପର୍ଯ୍ୟନ୍ତ , ଚୋର୍ଦା ଛକ ଠାରୁ ଚୋର୍ଦା ବାଇପାସ୍ ମୁଖ୍ୟ ରାସ୍ତା ଚାରିଆଡ଼େ ଶୋଚନୀୟ ଅବସ୍ଥା। ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଜନତା।ବ୍ୟାସନଗର ରେ ଏଭଳି ଅବ୍ୟବସ୍ଥାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129