ବ୍ୟାସନଗର ‘କପିଳେଶ୍ୱର କଲୋନି ଦୁର୍ଗା ପୂଜା କମିଟି’ ପକ୍ଷରୁ ମା’ ଦଶଭୂଜାଙ୍କ ପୂଜାରେ ଭକ୍ତିମୟ ପରିବେଶ

ବ୍ୟାସନଗର,୧୨/୧୦( ବ୍ୟୁରୋ): ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗା।ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ଯାଜପୁର ରୋଡ଼ ବ୍ୟାସନଗର ପୌରାଞ୍ଚଳ ସ୍ଥାନୀୟ ସବ୍‌ରେଜେଷ୍ଟ୍ରି ଅଫିସ ପଛ ପାଖ ‘କପିଳେଶ୍ୱର କଲୋନି ମା’ ଦୁର୍ଗା ପୂଜା କମିଟି’ ପକ୍ଷରୁ ଆରମ୍ଭ ହୋଇଯାଇଛି ଜଗଜ୍ଜନନୀ ମା’ ଦଶଭୂଜାଙ୍କ ପୂଜା । ୯ ବର୍ଷରେ ପଦାର୍ପଣ କରିଛି ଏହି ଦୁର୍ଗାପୂଜା। ଯଥା ବିଧି ରୀତି, ନୀତି ମତେ ଚାଲିଛି ମାଆଙ୍କର ପୂଜାର୍ଚ୍ଚନା।ମହାଷ୍ଟମୀରେ ବହୁ ସଂଖ୍ୟାରେ ମହିଳା ମାନେ ବ୍ରତପୂଜା କରୁଥିବାରୁ ଶୁକ୍ରବାର ଓ ଶନିବାର ଦିନ ମଣ୍ଡପରେ ମହିଳା ଓ ଯୁବକ ଯୁବତୀ ମାନଙ୍କ ଶୃଙ୍ଖଳିତ ପୂଜା ଓ ଦର୍ଶନ ପାଇଁ ସୂତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ଦୁର୍ଗାପୂଜା କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି। କମିଟିର କର୍ମକର୍ତା ଓ ସଭ୍ୟମାନେ ମା’ଙ୍କ ପୂଜାକୁ ଠିକ୍ ଭାବେ ସଂପାଦନ କରିବାରେ ଲାଗିଛନ୍ତି । ଏହି କମିଟିରେ କର୍ତ୍ତା ଭାବରେ ସୁବଳ ଚନ୍ଦ୍ର ସେନାପତି ଓ ଆରତୀ ସେନାପତି ଯୋଗ ଦେଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। କମିଟିର ସଦସ୍ୟ ମାନଙ୍କ ମଧ୍ୟରୁ ପୁରୋଧା ଭାବେ ନିତ୍ୟାନନ୍ଦ ରଣା,ସଭାପତି ଚନ୍ଦ୍ରମଣି ସାମଲ,ସମ୍ପାଦକ ଗଣନାଥ ମହାରଣା, ଉପ ସଭାପତି କାମଦେବ ନାୟକ ଓ ଯଶବନ୍ତ୍ ବିଶୋଇ,ସହ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ,କୋଷାଧ୍ୟକ୍ଷ ପିତାମ୍ବର ଦାଶ, ଉପଦେଷ୍ଠା ଲମ୍ବୋଦର ମଲ୍ଲିକ, ସାମ୍ବାଦିକ ବିଶ୍ବରଂଜନ ପଟ୍ଟନାୟକ, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଙ୍କ  ସହ ଅନ୍ୟ ସମସ୍ତ ସଦସ୍ୟଙ୍କ ସହଯୋଗ କ୍ରମେ ପୂଜା କାର୍ଯ୍ୟ ଚାଲୁ ରହିଛି ।ମା’ ଜଗତରୁ ଦୁଃଖ ହରଣ କରନ୍ତୁ, ସମାଜରୁ କୁସଂସ୍କାରୀ, ପାପୀମାନଙ୍କୁ ଦମନ କରି ସୁସ୍ଥ ସମାଜ ପ୍ରଦାନ କରନ୍ତୁ ଏହା ହିଁ ପୂଜାର ମହାତ୍ମ୍ୟ ବୋଲି କମିଟିର ସମ୍ପାଦକ ମତ ପ୍ରକାଶ କରିଛନ୍ତି।ପ୍ରତି ବର୍ଷ୍ ଭଳି ଏହି ବର୍ଷ କିଛି ନୂଆ ଢଙ୍ଗରେ ସାଜ୍ ସଜା ସହ ପୂଜାକାର୍ଯ୍ୟ ଚାଲିଛି। ପ୍ରତି ଦିନ ଦୂର ଦୁରାନ୍ତରରୁ ଭକ୍ତ୍ତଙ୍କ ସୁଅ ଛୁଟିଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129