ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ବିଜ୍ଞାନ ପ୍ରଦର୍ଶନୀ ମେଳା, ବିଜ୍ଞାନ ପ୍ରଦର୍ଶନୀ ଜ୍ଞାନର ବିଷ୍ପୋରଣ ସଦୃଶ୍ୟ- ଇଂ ନିର୍ମଳ କୁମାର ରଣା

ଯାଜପୁର/ବ୍ୟାସନଗର ; ୦୩/୧୧ ( ନି ପ୍ର ) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ୨ ତାରିଖ  ଶନିବାର ସକାଳ ୯ ଘଟିକା ରୁ ୧ଘଟିକା ପର୍ଯ୍ୟନ୍ତ ଏକ ବିଜ୍ଞାନ ପ୍ରଦର୍ଶନୀ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ସାତ୍ତ୍ୱିକ ଦାସ ମୁଖ୍ୟ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା , ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିବା ସହ ପ୍ରଦର୍ଶନୀ ମେଳାକୁ ପରଖିଥିଲେ।। ସମ୍ମାନୀତ ଅତିଥି ଭାବେ କଳିଂନଗର ପଲିଟେକନିକ୍ ର ପ୍ରିନ୍ସିପାଲ ବିଷ୍ଣୁ ଚରଣ ଦାସ ଓ ସୁଜାତା ସାମଲ, ଏକଲବ୍ୟ ସ୍କୁଲର ଅଧ୍ୟାପକ କୃଷ୍ଣଚନ୍ଦ୍ର ରାଉତରାୟ,ସୁଭସ୍ମିତା ବେହେରା ଓ ପ୍ରମୋଦ କୁମାର ଦାସ, ଜାଭିୟର୍ସ କଲେଜ ର ଅଧ୍ୟାପକ ଅକ୍ଷୟ କୁମାର ରଣା,ବ୍ୟାସନଗର କଲେଜ ଅଧ୍ୟାପକ ଦିଲୀପ କୁମାର ବେହେରା, ଅତାସୀ କୁସୁମ ନାୟକ,ଗୁରୁ ପ୍ରସନ୍ନ ସାହୁ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟଙ୍କନ କରିଥିଲେ। ଏହି ବିଜ୍ଞାନ ମେଳାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୩୨୪ ଟି ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଥିଲା।

ବିଜ୍ଞାନ ପ୍ରଦର୍ଶନୀ ଜ୍ଞାନର ବିଷ୍ପୋରଣ ସଦୃଶ୍ୟ। ପ୍ରତ୍ୟେକ ଛାତ୍ରଛାତ୍ରୀ ଜିଜ୍ଞାସା ରଖିଲେ ବିଜ୍ଞାନ ଅଧିକ ରୁଦ୍ଧିମନ୍ତ ହେବ ବୋଲି ମୁଖ୍ୟ ପ୍ରାଶାସନିକ ଅଧିକାରୀ ନିର୍ମଳ କୁମାର ରଣା ମତବ୍ୟକ୍ତ କରିଥିଲେ।
ଶେଷ୍ଠ ପ୍ରକଳ୍ପ ଭାବେ “ବାୟୋଡ଼ିଜେଲ” “ଏକ୍ୱାପୋନିକ” “ଫୁଟ ପ୍ରେସର୍ ଇଲେକ୍ଟ୍ରିସିଟି ” “ହିଷ୍ଟ୍ରି ଆଣ୍ଡ ଡେଭଲପମେଂଟ ଅଫ ସାଇନ୍ସ,” “ପ୍ଲାଷ୍ଟିକ ଆବର୍ଜନା ପୁନଃ ବ୍ୟବହାର” ଆଦି ରହିବା ସହ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ପଣ୍ଡା ସମାଜର ବିକାଶ ପାଇଁ ବିଜ୍ଞାନ ଓ ବୈଶୟିକ କୌଶଳ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ବିଭାଗରେ ଥିବା ସମ୍ମାନୀୟ ସାରଦା ପ୍ରସାଦ ମହାନ୍ତି, ଶୁବାସିଶ ପତି,ସୁଭଦ୍ରା ମହାନ୍ତି, ସୁମନ ଧିର, ଦିଭ୍ୟା ସିନା, ଶୈଳଜା ମିଶ୍ର, ଚର୍ଚିତା ପତି,ପ୍ରକାଶ କୁମାର ସାହୁ,ପ୍ରତ୍ୟୁଷ କୁମାର, ଫରା ପରୱିନ,ସନ୍ତୋଷ କୁମାର ନାୟକ,ବିଶ୍ଵ ରଞ୍ଜନ ଦ୍ୱିବେଦୀ ପ୍ରମୁଖ ପ୍ରକଳ୍ପ ନିର୍ମାଣ ନିମିତ୍ତ ମାର୍ଗ ଦର୍ଶନ କରିଥିଲେ।ଏକାଡେମୀକ ମୁଖ୍ୟ ବଲବୀର ସିଂ ବେଦୀ ପରିଚାଳନା ଦାୟୀତ୍ୱ ନିଭାଇଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗଣ ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀ ମାନଙ୍କର କୃତିତ୍ୱ କୁ ପ୍ରଶଂସା କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

 

 

 

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129