ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଉଥିବାବେଳେ ମାଡ଼ିବସିଲା ବଜରଙ୍ଗ ଦଳ

ଯାଜପୁର/ବ୍ୟାସନଗର;୧୯/୦୭ (ନି ପ୍ର ) : ଟଙ୍କା ଲୋଭ ଏମିତି ବି ପରିବର୍ତ୍ତନ ଆଣିପାରେ। ଟଙ୍କା ପାଇଁ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ଆଗେଇ ଆସୁଥିବା ବେଳେ ସୂଚନା ପାଇ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ମୁଣ୍ଡମାଳ ଗ୍ରାମ (ଡାହିସାହି )ବସ୍ତି ଭିତରେ ପ୍ରବେଶ କରିବା ପରେ ପଦାକୁ ଆସିଥିଲା ଅସଲ କଥା। ୩୦ ରୁ ୪୦ ଜଣ ଖ୍ରୀଷ୍ଟ ଧର୍ମାବଲମ୍ବୀ ବାହାରୁ ଆସି ଏହିଗ୍ରାମରେ ପଶି ଲୋକଙ୍କୁ ପ୍ରଥମେ ଲୋଭ ଦେଖାଇଥିଲେ ଏହାପରେ ୭୦ ଜଣ ଲୋକଙ୍କୁ ଏକାଠି କରି ଧର୍ମାନ୍ତୀକରଣ କରାଉଥିବା ବେଳେ ଧରାପଡିଥିଲେ। ଯାଜପୁର ରୋଡ ଥାନା ଆଇ ଆଇ ସି ଉପେନ୍ଦ୍ର ପ୍ରଧାନଙ୍କ ସହାୟତାରେ ଏହାକୁ ବନ୍ଧ କରାଯାଇଥିଲା। ପାଦ୍ରୀ ମାନଙ୍କ ଠାରୁ ବାଇବେଲ ବାହାରିବା ସହିତ ତାଙ୍କଠାରୁ ଏକ ଲମ୍ବା ଲିଷ୍ଟ ବାହାରିଥିଲା ଯେ କାହାକୁ ଧର୍ମାନ୍ତୀକରଣ କରାଯିବ। ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ଏହା ପଛରେ ଆଉ କାହାର ହାତ ଅଛି।ଏହି ଘଟଣା ସ୍ଥଳରେ କୋରେଇ ବଜରଙ୍ଗ ଦଳ ସଂଯୋଜକ ମଧୁସୂଦନ ସାମଲ, ଗୋରକ୍ଷା ପ୍ରମୁଖ ସୃତିରଞ୍ଜନ ପଣ୍ଡା,ସୁରକ୍ଷା ପ୍ରମୁଖ ଚିତରଞ୍ଜନ ମିଶ୍ର, ନଗର ଆଖଡ଼ା ପ୍ରମୁଖ ଅରମାନ ପାତ୍ର, ସହ ସୁରକ୍ଷା ପ୍ରମୁଖ ମୁନା ମଲିକ,ବିଶ୍ୱହିନ୍ଦୁ ପରିଷଦ ପୂର୍ବତନ ସଭାପତି ପ୍ରସନ୍ନ ସାମଲ,ପୂର୍ବତନ ବଜରଙ୍ଗ ଦଳ ସହ ସଂଯୋଜକ ପ୍ରତାପ ନାଏକ ଓ ପ୍ରଭାତ କୁମାର ବଳ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଏହି ଧର୍ମାନ୍ତୀକରଣ କୁ ବିରୋଧ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129