ପିସିପିଏନ୍‌ଡିଟି ପରାମର୍ଶ ମଣ୍ଡଳୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

ଯାଜପୁର;୨୭/୦୪(ଅସିତ କୁମାର ଦାସ ଙ୍କ ଠାରୁ): ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣ ପିସିପିଏନ୍‌ଡିଟି ପରାମର୍ଶ ମଣ୍ଡଳୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରିଚ୍ଥନ୍ତି । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ଏଡିପିଏଚ୍‌ଓ ଡା. ସୁଧାଂଶୁ ଶେଖର ବଳ, ଏଡିଏମ୍‌ଓ ଡା. ସଚିଦାନନ୍ଦ ମଲ୍ଳିକ, ଏଡିଏମ୍‌ଓ ଡା. ସତ୍ୟ ପ୍ରକାଶ ସାହୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସ୍‌ଏମ୍‌ଓ ଡା. ଅର୍ଚ୍ଚନା ଗାଏନ ଏବଂ ଜିଲ୍ଲା ଚିକିତ୍ସାଳୟର ବିଭିନ୍ନ ବିଭାଗର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ର ମହାପାତ୍ର, ସ୍ତ୍ରୀ ରୋଗ ଏବଂ ପ୍ରସୂତୀ ବିଶେଷଜ୍ଞ ଡା. ପ୍ରପୁଂଲ ଚନ୍ଦ୍ର ଦିକ୍ଷୀତ (ଭେଷଜ), ଶିଶୁ ରୋଗ ବିଶେଷଜ୍ଞ ଡା. ଆନନ୍ଦ ଚନ୍ଦ୍ର ମହାନ୍ତି, ପିସିପିଏନ୍‌ଡିଟି ସଦସ୍ୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଶ୍ରୀ ଅମରେନ୍ଦ୍ର ଦାସ, ପ୍ରେମଲତା ପଣ୍ଡା, ଗୋପାଳ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଜିଲ୍ଲାରେ ଚାଲିଥିବା ପଂଜିକୃତ ଅଲଟ୍ରାସାଉଣ୍ଡ ଗୁଡିକର କାର୍ଯ୍ୟଧାର ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଠାରୁ ପଚାରି ବୁଝିଥିଲେ । ପଂଜିକୃତ ନୂଆ ଅଲଟ୍ରାସାଉଣ୍ଡ ଗୁଡିକ ଯେଉଁ ମାନଙ୍କୁ ଅନୁମତି ମିଳିଚ୍ଥି ଡେପୁଟି କଲେକ୍ଟର ଙ୍କୁ ଟିମ୍‌ରେ ସାମିଲ କରି ସେହି ଅଲଟ୍ରାସାଉଣ୍ଡ ଗୁଡିକର ନିରନ୍ତର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଶା କର୍ମୀମାନେ “ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପିସିପିଏନ୍‌ଡିଟି ଆକ୍ଟ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ବୋଲି ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ବ୍ୟାପକ ସଚେତନତା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଯେଊଁ ଅଲଟ୍ରାସାଉଣ୍ଡ କ୍ଳିନିକ୍ ଗୁଡିକ ନିୟମ ଉଲଂଘନ କରୁଚ୍ଥନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପରିବାର ନିୟୋଜନ, ଶିଶୁ ମାନଙ୍କ ନାମ ପଂଜିକରଣ, ପୁଅ ଓ ଝିଅ ସନ୍ତାନ ହାରକୁ ସମତୁଲ କରିବା, ପ୍ରତି ୧୪ ଦିନ ବ୍ୟବଧାନରେ ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବା, ରାଷ୍ଟ୍ରୀୟ ବାଳ ବିକାଶ କାର୍ଯ୍ୟକ୍ରମ ଯୋଜନା, ଯକ୍ଷ୍ମା ରୋଗ ପ୍ରତିରୋଧ ଏବଂ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରିବା, ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା, ମୋ ପୋର୍ଟାଲରେ ତଥ୍ୟ ସ୍ଥାନୀତ କରିବା, ଜାତୀୟ ତମ୍ୱାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ହେପାଟାଇଟିସ୍ ବି ରୋଗ ନିୟନ୍ତ୍ରଣ, କାୟାକଳ୍ପ ପୁରସ୍କାର ଯୋଜନା, ଟୀକା ଦାନ କାର୍ଯ୍ୟକ୍ରମ, ମାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପାଂଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଗୁଡିକ ଉପରେ ସମୀକ୍ଷା କରି ନିଷ୍ଠାର ସହ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପିଏଚ୍‌ସି, ସିଏଚ୍‌ସି ଏବଂ ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129