ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡିଶା ମ୍ୟାଜିକ୍ କାର୍ଡ

ଭୁବନେଶ୍ୱର, ୨୭/୦୨(ଜ୍ୟୋତି ରଞ୍ଜନ ଙ୍କ ଠାରୁ):
ନଵୀନ ଓଡିଶା ମ୍ୟାଜିକ କାର୍ଡ ଏକ ପଏଣ୍ଟ୍ ସିଷ୍ଟମ୍ ଆଧାରିତ ସ୍ମାର୍ଟ କାର୍ଡ । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡିଶା ମ୍ୟାଜିକ୍ କାର୍ଡ’ । ଏହି କାର୍ଡ ପାଇଁ ଆସନ୍ତା ମାର୍ଚ୍ଚ ୫ରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବାକୁ ଥିବାବେଳେ, ଅଗଷ୍ଟ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ବଣ୍ଟାଯିବ ବୋଲି ସୂଚନା ମିଳିଛି । ଏହା ରାଜ୍ୟର ଯୁବକମାନଙ୍କୁ ଆକର୍ଷିତ କରିବା ସହିତ ସଶକ୍ତ କରିବ ବୋଲି କୁହାଯାଉଛି । ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ୟ୍ୟକଳାପ ଜରିଆରେ ଅର୍ଜନ କରିଥିବା ପଏଣ୍ଟକୁ ଆଧାର କରି ଏହି କାର୍ଡ ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ୍ ସ୍ତରକୁ ଉନ୍ନୀତ ହେବ । ଉପସ୍ଥାନ, ଅନୁଶାସନ, ଏକାଡେମିକ୍ ପ୍ରଦର୍ଶନ, ବହିର୍ଭୂତ କାର୍ୟ୍ୟକଳାପରେ ଅଂଶଗ୍ରହଣ, କ୍ରୀଡା, ଅନଲାଇନ୍ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଇତ୍ୟାଦିରେ କାର୍ୟ୍ୟଦକ୍ଷତା ଉପରେ ଆଧାର କରି କାର୍ଡ ବଣ୍ଟନ କରାଯିବ ଏବଂ ନବୀକରଣ କରାଯିବ ବୋଲି କୁହାଯାଇଛି । ଏହି କାର୍ଡ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସୁବିଧା ଯେପରିକି ବସ୍ ,ଟ୍ରେନ୍ ଓ ବିମାନରେ ରିହାତି ପାଇପାରିବେ । ଏହାସହ ଫୋନ୍, ଡାଟା ରିଚାର୍ଜ ଏବଂ ୱାଇ-ଫାଇ ବ୍ୟବହାର କରିପାରିବେ । ଇ-ଲାଇବ୍ରେରୀ, ଅନଲାଇନ୍ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଏବଂ କର୍ମଶାଳା, କୋଚିଂ ସେଣ୍ଟର ଏବଂ ଟ୍ୟୁସନ କ୍ଲାସ୍, ଦକ୍ଷତା ବିକାଶ ପାଠ୍ୟକ୍ରମ, ବୃତ୍ତି ପରାମର୍ଶ, ଓଡିଆ ଏବଂ ଇଂରାଜୀ ସହିତ ଭାଷା ପାଠ୍ୟକ୍ରମର ସୁବିଧା ପାଇପାରିବେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129