ମାୟାଧରଙ୍କ ଯୁଦ୍ଧ – ସଇତାନ୍‍ ସାବଧାନ୍‍ ପୁସ୍ତକ ଉନ୍ମୋଚିତ

ବ୍ୟାସନଗର, ୦୬/୧୨ (ବ୍ୟୁରୋ ):ଯୁଦ୍ଧରେ ଥରୁଛି ସାରାବିଶ୍ୱ । ଏବେ ଇସ୍ରାଏଲ-ଗାଜାରେ ଦୁଇମାସଧରି ରକ୍ତଯୁଦ୍ଧଚାଲି ଅସଂଖ୍ୟ ଜୀବନ ଓ ଧନସଂପତ୍ତି ମାଟିରେ ମିଶାଇଦିଆଯାଇଛି । ରୁଷ୍‍-ୟୁକ୍ରେନ୍‍ ଯୁଦ୍ଧ ସରିବାକୁ ନାହିଁ । ୨୦୨୪ରେ ଆମେରିକା, ଇଂଲଣ୍ଡ, ଇସ୍ରାଏଲ, ଭାରତ ପ୍ରମୂଖ ଦେଶମାନଙ୍କରେ ଭୟଙ୍କର ଭୋଟ୍‍ଯୁଦ୍ଧ ହେବାକୁ ଯାଉଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକଙ୍କ “ଏ ଯୁଦ୍ଧ ଯୋଜନାବଦ୍ଧ : ସଇତାନ୍‍ ସାବଧାନ୍‍” ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରକାଶକ କୃଷକ ଲକ୍ଷ୍ମଣ ଦାଶ, ପ୍ରତିଷ୍ଠାତା ସର୍ବଭାରତୀୟ ଠେଙ୍ଗାବାହିନୀ ଉପସ୍ଥିତ ଥିଲେ । ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଜିଲ୍ଲାରୁ ବହୁ ଶ୍ରମିକନେତା ଏହି ଉତ୍ସବରେ ସାମିଲ ଥିଲେ । ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଶ୍ରୀ ନାୟକ କହିଲେ – ଯୁଦ୍ଧରେ ଏ ଜଗତ ଓ ଜୀବନ ଜର୍ଜରିତ । ବଡ ସାଂଘାତିକ ଏ ଶୋଚନୀୟ ସାମରିକତା – ଯାହା ଆମର ଏ ଜୀବନ୍ତ ଗ୍ରହର ଭବିଷ୍ୟତକୁ ଗୋଟାଏ ପାଉଁଶ ପିଣ୍ଡୁଳାରେ ପରିଣତି ପ୍ରଦାନ ନିମନ୍ତେ ନିତ୍ୟନିୟତ ଷଡଯନ୍ତ୍ରରତ ! ଏସବୁ ଯୁଦ୍ଧରେ ସାମରିକ ଅସ୍ତ୍ର ବିକ୍ରେତା ବିଭତ୍ସ ବଣିକତନ୍ତ୍ରର କୁତ୍ସିତ କରାଳ କୀଟବର୍ଗ ! ଅସ୍ତ୍ର ବେପାରୀଙ୍କ ଜଘନ୍ୟ ଷଡଯନ୍ତ୍ର ଓ ମାୟାଜାଲରେ ପ୍ରାୟ ସବୁଦେଶ ଫସିଯାଇଛନ୍ତି । ଏମାନଙ୍କ ଘୃଣ୍ୟ ଚକ୍ରାନ୍ତର ପର୍ଦ୍ଦାଫାଶ୍‍ କରି ସେମାନଙ୍କୁ ବାଛନ୍ଦ କରିବା ଏକାନ୍ତ ଜରୁରୀ ହୋଇପଡିଛି । ଏହି ସଇତାନ୍‍ ସାବଧାନ୍‍ ପୁସ୍ତକରେ ଯାହା ଯାହା ବିଶ୍ଲେଷଣ କରାଯାଇଛି – ତାହା ବିଶ୍ୱର କୌଣସି ଦେଶ କିମ୍ବା ନେତାଙ୍କ ଠାରୁ ଅଧିକ ବିଶ୍ଲେଷଣ ହୋଇଛି ବୋଲି ଶ୍ରୀ ନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।ଶ୍ରୀ ନାୟକ କହିଲେ – ପୃଥିବୀରେ ଆଜି ଅଶାନ୍ତ ଅଶୁଭ ଝଡ ସବୁଠି । ଯୁଦ୍ଧର ଜଳନ୍ତା ନିଆଁ ଲାଗିଯାଇଛି ଏ ଦେଶ, ସେ ଦେଶ – ବିଭିନ୍ନ ବିଦେଶ । ବିକଳ ବିବ୍ରତ ଆଜିର ମଣିଷ ମହାବିତ୍ପାତର ବିଶାକ୍ତ ବ୍ୟୂହବଳୟରେ । ଏ ଆସନ୍ନ କାଳରାତ୍ରିର ଅବିଶ୍ୱାସ୍ୟ ଅନ୍ଧକାର ଉପରେ ମୋର ଏ ‘ସଇତାନ୍‍ ସାବଧାନ୍‍’ ପୁସ୍ତକଟି ସାରାବିଶ୍ୱରେ ଯେତେ ନେତା, ଯେତେ ଦେଶ ଯାହା ଯାହା କହିଛନ୍ତି ଓ କହୁଛନ୍ତି – ମୁଁ ସେସବୁ ଉର୍ଦ୍ଧକୁ ଯାଇ ବିଶ୍ଲେଷଣ କରିଛି । ଏ ଓଡିଆ ଭାଷାର ପୁସ୍ତକ ଖୁବ୍‍ ଶୀଘ୍ର ଇଂରାଜୀରେ ପ୍ରକାଶିତ ହୋଇ ସାରାବିଶ୍ୱବାସୀଙ୍କ ପାଖରେ ପହଂଚିବବୋଲି ଆଶା ଓ ବିଶ୍ୱାସ ।
ପ୍ରକାଶନ / ପ୍ରସାରଣ ପାଇଁ
ମାୟାଧର ନାୟକ, ତା.୦୬/୧୨/୨୦୨୩
ମୋ : ୯୮୬୧୦୩୪୧୬୩

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129