ରାଜନୈତିକ ସମସ୍ୟାକୁ ନେଇ ପ୍ରସନ୍ନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ

ବ୍ୟାସନଗର;୦୧/୦୫(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ସହରର କୋପଣ୍ଡ ଗ୍ରାମର ପ୍ରସନ୍ନ ସାମଲଙ୍କ ବାସ ଭବନରେ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୱାର୍ଡ଼ରୁ ତାଙ୍କର ସମର୍ଥକଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୪ ନମ୍ବର ୱାର୍ଡ଼ରୁ ଅଧିକ ସଂଖ୍ୟକ କାର୍ଯ୍ୟକର୍ତା ଯୋଗଦେଇଥିବା ବେଳେ ଅନ୍ୟାନ୍ୟ ୱାର୍ଡ଼କୁ ମିଶାଇ ୧୦୦ରୁ ଅଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ କାର୍ଯ୍ୟକର୍ତା ନିଜନିଜର ମତ ରଖିଥିଲେ । ସର୍ବଶେଷରେ ଏହି ସିନ୍ଧାନ୍ତ ହେଲା ଯେ, ପ୍ରସନ୍ନ ସାମଲ(ବାବୁଲି ଭାଇ) ଯାହାକୁ ସମର୍ଥନ କରିବେ ସମସ୍ତ କାର୍ଯ୍ୟକର୍ତା ତାଙ୍କୁ ହିଁ ସମର୍ଥନ କରିବେ । ଦେଖିବାକୁ ରହିଲା କେଉଁ ପାଣି କୁଆଡ଼େ ଯାଉଛି । ଏହି କାର୍ଯ୍ୟକ୍ରମକୁ ବସନ୍ତ କୁମାର ପାତ୍ର, ରବି ସୁବୁଦ୍ଧି, ଅଭିନ ପାତ୍ର, କାଠିଆ ମହାରଣା, ଗୋଲେଖ ଜେନା, ଅଜୟ ରାଉତ, ପବନା ପରିଡ଼ା, ବାବୁଲି ଜେନା, ଦାରୁନ୍ ପାତ୍ର, ନୃସିଂହ ପାତ୍ର, ସନ୍ତୋଷ, ମିଲୁ, ଆକାଶ, ଗୋପୀ ପ୍ରମୁଖ ସହଯୋଗ କରିଥିଲେ ।

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129