ନାମାଙ୍କନ ପତ୍ର ଦାଖଲ ଜନିତ ସୁକ୍ଷ୍ମାନୁଭବିକରଣ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ଅନୁଷ୍ଠିତ

ଯାଜପୁର;୦୪/୦୫(ବ୍ୟୁରୋ) :ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୮-ଯାଜପୁର ଲୋକସଭା ଆସନ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ନାମାଙ୍କନ ପତ୍ର ଦାଖଲ ଜନିତ ସୁକ୍ଷ୍ମାନୁଭବିକରଣ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଊକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ତଥା ରିଟର୍ଣ୍ଣିଂ ଅଧିକାରୀ ୪୮-ବିଂଝାରପୁର ବିଧାନସଭା ଆସନ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଊପ-ଜିଲ୍ଳ୍‌ାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ୪୯-ବରୀ ଶ୍ରୀମତୀ ମନୋରମା ଜାଲି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଏବଂ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ରିଟର୍ଣ୍ଣିଂ ଅଧିକାରୀ ୫୦-ବଡଚଣା ଓ ୫୧-ଧର୍ମଶାଳା ଶ୍ରୀ ନବକ୍ରିଷ୍ଣ ଜେନା, ଉପଜିଲ୍ଳ୍‌ାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ୫୨-ଯାଜପୁର ଓ ୫୩-କୋରାଇ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଜିଲ୍ଳ୍‌ାପାଳ, କଳିଙ୍ଗନଗର ତଥା ରିଟର୍ଣ୍ଣିଂ ଅଧିକାରୀ ୫୪-ସୁକିନ୍ଦା ବିଧାନସଭା ଆସନ ଶ୍ରୀ ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ ନାମାଙ୍କପତ୍ର ଦାଖଲ ନିର୍ଭୁଲ ଜନିତ ସମସ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ପ୍ରଶ୍ନକୁ ପ୍ରାଂଜଳ ଭାବେ ବୁଝାଇଥିଲେ ।
ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ସମସ୍ତ ରାଜନୈତିକ ଦଳଙ୍କୁ ସ୍ୱାଗତ କରିବା ସହ ରାଜନୈତିକ ଦଳ, ପ୍ରାର୍ଥୀମାନେ ସଭା, ସମିତି, ରାଲି, ପ୍ରଚାର କରିବା ନିମନ୍ତେ ଯାନ ବ୍ୟବହାର ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅନୁମତି ପତ୍ର ନେବାକୁ ଗୁରୁତ୍ୱାରୋପ କରିଥିଲେ । କୈାଣସି ପଡିଆରେ ସଭା, ସମିତି କଲେ ରାଜନୈତିକ ଦଳ ପ୍ରାର୍ଥୀମାନେ ଅନୁମତି ନେବେ । ଏକାଧିକ ଆବେଦନକୁ କ୍ରମାନୁସାରେ ଅନୁମତି ପ୍ରଦାନ କରାଯିବ । ପ୍ରତ୍ୟେକ ଥର ସଭା, ସମିତି ପାଇଁ ପ୍ରାର୍ଥୀ ଅନୁମତି ପତ୍ର ନେବେ । ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀ ସଠିକ ତଥ୍ୟ ସହ ଅନ୍‌ଲାଇନ୍‌ରେ ମଧ୍ୟ ନିର୍ବାଚନ କମିଶନଙ୍କ ସୁବିଧା ପୋର୍ଟାଲ ସୁବିଧା.ଇସିଆଇ.ଗଭ୍‌.ଇନ୍ ରେ ସ୍ଳଟ୍ ଟାଇମ୍ (ଅନୁକ୍ରମ ସମୟ) ନେବାପାଇଁ ପଂର୍ମ ପୂରଣ କରିପାରିବେ । ନାମାଙ୍କନ ପତ୍ର ତା ୦୭ା୦୫ା୨୦୨୪ ରିଖ ଠାରୁ ତା ୧୪ା୦୫ା୨୦୨୪ ରିଖ ପର୍ଯ୍ୟନ୍ତ (ସରକାରୀ ଚ୍ଥୁଟି ଦିବସ ବ୍ୟତୀତ) ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ପ୍ରତ୍ୟେକ ପ୍ରାର୍ଥୀଙ୍କ ସହ ସେମାନଙ୍କ ୪ ଜଣ ସମର୍ଥକ ରିଟର୍ଣ୍ଣିଂ ଅଧିକାରୀଙ୍କ କକ୍ଷରେ ନାମାଙ୍କନ ପତ୍ର ଦାଖଲ ସମୟରେ ରହିପାରିବେ । ସାଧାରଣ ବର୍ଗର ଲୋକସଭା ପ୍ରାର୍ଥୀଙ୍କ ନିମନ୍ତେ ଏବଂ ବିଧାନସଭା ପ୍ରାର୍ଥୀଙ୍କ ନିମନ୍ତେ ଯଥାକ୍ରମେ ୨୫ ହଜାର ଓ ୧୦ ହଜାର ଟଙ୍କା ସିକ୍ୟୁରିଟି ଦାଖଲ କରିବାକୁ ପଡିବ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଯଥାକ୍ରମେ ଟ.୧୨,୫୦୦/- ଏବଂ ୫୦୦୦/- ସିକ୍ୟୁରିଟି ବାବଦ ଦାଖଲ କରିବାକୁ ପଡିବ । ପ୍ରାର୍ଥୀ ଯଦି ଯାଜପୁର ଜିଲ୍ଳ୍‌ାର ଭୋଟର ନ ହୋଇଥାନ୍ତି ତେବେ ସେମାନେ ସେମାନଙ୍କ ଭୋଟର ତାଲିକାର ସାର୍ଟିିପାଂଏଡ କପି ସହ ଇ-ଆପିଂଡେଭିଟ୍‌, ଫୌଜଦାରୀ ମାମଲାର ସବିଶେଷ ବିବରଣୀ ପ୍ରଦାନ କରିବେ । ପ୍ରାର୍ଥୀ ଅନୁସୂଚିତ ଜାତି ଓ ଜନଜାତି ହୋଇଥିଲେ ତତ୍ ସମ୍ୱନ୍ଧୀୟ ସାର୍ଟିପିଂକେଟ୍ ପ୍ରଦାନ କରିବେ । ବିଗତ ୧୦ ବର୍ଷର ନୋ ଡିଉଜ୍ ଆପିଂଡେଭିଟ୍‌ରେ ଉଲ୍ଳେଖ କରିବେ । ପ୍ରାର୍ଥୀମାନେ ନାମାଙ୍କନ ପତ୍ରର ପ୍ରତ୍ୟେକ ଘର ନିଶ୍ଚିତ ଭାବେ ପୂରଣ କରିବେ । ପ୍ରାର୍ଥୀମାନେ ୨ଙ୍ଘ୨.୫” ର ୮ କପିରୁ ଅଧିକ ପଂଟୋ ପ୍ରଦାନ କରିବେ । ଜାତୀୟ ପାର୍ଟିର ପ୍ରାର୍ଥୀ ହୋଇଥିଲେ ପଂର୍ମ-ଏ ଓ ଆଞ୍ଚଳିକ ପାର୍ଟି ହୋଇଥିଲେ ପଂର୍ମ-ବି ରେ କାଳିରେ ଦସ୍ତଖତ ଥିବା ସାର୍ଟିପିଂକେଟ୍ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଦେବେ । ଆଇନ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରୁଥିବା ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ବାଳାଶ୍ରମ ପଡିଆ ପଟୁ କିମ୍ୱା ପଣସା ପଟୁ ଜିଲ୍ଳ୍‌ା କାର୍ଯ୍ୟାଳୟକୁ ପ୍ରବେଶ କରିବେ । ବିଧାନସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରୁଥିବା ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ଗାନ୍ଧୀ ଚ୍ଥକ ପଟୁ ଓ ଟାଉନ ଥାନା ପଟୁ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରବେଶ କରିବେ । ଜିଲ୍ଳ୍‌ା କାର୍ଯ୍ୟାଳୟରୁ ୧୦୦ ମିଟର ଦୂରତା ଭିତରେ ପ୍ରାର୍ଥୀଙ୍କର ୩ ଗୋଟି ଯାନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି ପ୍ରତିନିଧି ଶ୍ରୀ ସୁଦିପ୍ତ କୁମାର ପଣ୍ଡା, ଶ୍ରୀ ଅବିନାଶ ବେହେରା, ଅର୍ଚ୍ଚନା ବେହେରା, ଡଃ ରବିନ୍ଦ୍ର ନାରାୟଣ ବେହେରା, ଭାରତୀୟ ଜାତୀୟ କଂଗ୍ରେସର ଶ୍ରୀ ଦୁର୍ଯ୍ୟୋଧନ ବେହେରା, ବହୁଜନ ସମାଜ ପାର୍ଟିର ଶ୍ରୀ ଅକ୍ଷୟ କୁମାର ଜେନା, ଶ୍ରୀ ମାଧବାନନ୍ଦ ଜେନା ଙ୍କ ସହ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଲିକ, ଶାଶ୍ୱତୀ ସାଡୁଆଳ, ଶ୍ରୀ ବରିଆଲ ମୁର୍ମୁ, ଶ୍ରୀ ଏସ୍‌.ଆର୍‌. ବାସ୍କେ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମାନେଜର ଶ୍ରୀ ସାରଦା ପ୍ରସନ୍ନ ଜେନା, ଜିଲ୍ଲା ସଂଯୋଜକ, ଏଚ୍‌.ଆର.ଏମ୍‌.ଏସ୍‌. ଶ୍ରୀ ସୁଧାଂଶୁ ଶେଖର ଦାଶ ଙ୍କ ସମେତ ଏ.ଆର୍‌.ଓ. ପ୍ରମୁଖ ଉପସ୍ଥିତ ଥିଲେ ।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129