ବ୍ୟାସନଗର ପବ୍ଲିକ ସ୍କୁଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ଯାଜପୁର/ବ୍ୟାସନଗର;୨୮/୦୮(ବ୍ୟୁରୋ): ସ୍ୱର୍ଗତ ଡ଼: କଳ୍ପତରୁ ସାହୁ ଙ୍କ ସ୍ମୃତି ଉଦେଶ୍ୟରେ ଯାଜପୁରରୋଡ ସ୍ଥିତ ବ୍ୟାସନଗର ପବ୍ଲିକ ସ୍କୁଲ ପରିସରରେ ମଙ୍ଗଳବାର ଏକ ସ୍ୱେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଚେୟାରମ୍ୟାନ ତଥା ପ୍ରଧାନାଚାର୍ୟା ଦେବସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଭୁ ଅର୍ଜନ ଅଧିକାରୀ ନମ୍ରତା ମୋଦି ଓ ସମ୍ମାନିତ ଅତିଥି ଭାବେ ଯାଜପୁର ରୋଡ ରେଞ୍ଜର ଜୋତିରଞ୍ଜନ ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍କୁଲର ପ୍ରତିଷ୍ଠାତା ତଥା ପ୍ରିନସିପାଲ ଙ୍କ ପୂଜନୀୟ ପିତା କଳ୍ପତରୁ ସାହୁ ଙ୍କ ୮୪ତମ ସ୍ମୃତି ଦିବସ ଉଦେଶ୍ୟ ରେ ପ୍ରତି ବର୍ଷ ଏହି ଦିନରେ ଆମ ସ୍କୁଲ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥାଏ ଏବଂ ଏଥିରେ ସମସ୍ତ ଅଭିଵାବକ,ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ମାନେ ସହଯୋଗ କରିଥାନ୍ତି ବୋଲି ଚେୟାରମ୍ୟାନ କହିଥିଲେ । ଉକ୍ତ ରକ୍ତ ଦାନ ଶିବିର ରେ ମୋଟ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ଆଶା କରାଯାଇଥିବା ପ୍ରିନସିପାଲ କହିଥିଲେ। ରକ୍ତ ଦାନ ମହତ ଦାନ ଓ ରକ୍ତ ଦାତା ହେଉଛନ୍ତି ମହତ ଦାତା ଏବଂ ଆମେ ଦେଇଥିବା ରକ୍ତ ରେ ଯେ ଜଣେ ନିରୀହ ଜୀବନ ବଞ୍ଚି ପାରିବ ଏହାକୁ ଆଖି ଆଗରେ ରଖି ଆମେ ଦୀର୍ଘ ବର୍ଷ ଧରି ଏହି ରକ୍ତ ଦାନ ଶିବିର ର ଆୟୋଜନ କରୁଅଛୁ ବୋଲି ଡକ୍ଟର ସାହୁ କହିଛନ୍ତି।ସମସ୍ତେ ନିଜ ନିଜ ଜନ୍ମ ଦିନରେ ଗୋଟେ ଗୋଟେ ଗଛ ଲଗାଇ ନିଜ କୁ ଗର୍ବ ଅନୁଭବ କରିବା ସହିତ ଏଭଳି ପୁଣ୍ୟ କାମ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିବେଦନ କରିବା ସହିତ ରେଞ୍ଜର ଜୋତିରଞ୍ଜନ ମହାପାତ୍ର ନିଜେ ରକ୍ତ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିଲେ। ସର୍ବଶେଷରେ ସ୍କୁଲ ର ପିଲାମାନଙ୍କୁ ନେଇ ଅନେକ ସାଂକୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ବହୁତ ଅବିଭାବକ ଦମ୍ପତି ସ୍ଵେଛାକୃତ ରକ୍ତ ଦାନ କରିଥିଲେ,ତନ୍ମଧ୍ୟରୁ ଦମ୍ପତି ରଶ୍ମିରଂଜନ ଜେନା ଓ ନିବେଦିତା ଜେନା ଏବଂ ସୌଭାଗ୍ୟ ଚନ୍ଦ୍ର ସାହୁ ଓ ମାନସୀ ରାହୁଳ ଉଦାହରଣ ସାଜିଥିଲେ। ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ ଏବଂ ସିନିୟର ସେକେଣ୍ଡାରି ଉପାଧ୍ୟକ୍ଷ ଗଜେନ୍ଦ୍ର କୁମାର ବେହେରା,ଦେବାହୁତି ପାଣି, ହରପ୍ରିୟା କର, ପ୍ରଶାନ୍ତି ଦେଓ,ଆନନ୍ଦିତା ମିଶ୍ର,ଶୁଭଲକ୍ଷ୍ମୀ ସାମଲ,ସୁନିତା ଅଗ୍ରୱାଲ,ସୂର୍ଯ୍ୟସତ୍ୟ ଶତପଥୀ,ପ୍ରଜ୍ଞାପରମିତା ରାଉତ,ବବିତା ଛାବ୍ରା,ଦେବାଶିଷ ପଣ୍ଡା,ରଘୁନାଥ ମିଶ୍ର,ତୃପ୍ତିରାଣୀ ଚକ୍ର,ଅନିତା ଖୁଣ୍ଟିଆ,ଉପେନ୍ଦ୍ର ଯାଦବ,ବିକାଶ କୁମାର, ସମ୍ବିତ କୁମାର ଦାସ,ବିରବଲ୍ ପାସବାନ,ନୀଲମ ଯୋଶୀ,ସ୍ଥିତପ୍ରଜ୍ଞା ବେହୁରା,ଜ୍ୟୋତିର୍ମୟୀ ଧୀର,ଅନିମା ନାୟକ,ଜୟଶ୍ରୀ ରଥ, କାଦମ୍ବିନୀ ଦାସ,ଅଞ୍ଜୁ ସିହ୍ନା , ସୁମିତ୍ରା ସାମଲ ପ୍ରମୁଖ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବାରେ ସହଯୋଗ କରିଥିଲେ |

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129